ଭୋପାଲ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି । ମାର୍ଚ୍ଚ ପରଠାରୁ ଗୋଟିଏ ପରେ ଗୋଟିଏ ଚିତାଙ୍କ ମୃତ୍ୟୁକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଅଗଷ୍ଟ ୨ ତାରିଖ ଗୁରୁବାର ଦିନ ଆଉ ଚିତାର ମୃତ୍ୟୁ ହୋଇଛି । ଏହାକୁ ମିଶାଇ କୁନୋରେ ଚିତା ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ରାଜ୍ୟ ବନବିଭାଗ ପକ୍ଷରୁ ଅଗଷ୍ଟ ଦୁଇ ତାରିଖ ଦିନ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି ଯେ, ଆଜି ସକାଳେ ଏକ ମାଈ ଚିତାର ମୃତଦେହ ମିଳିଥିଲା । ମୃତ୍ୟୁର କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ କରାଯାଉଛି । ବିବୃତ୍ତିରେ କୁହାଯାଇଛି ଯେ ୧୪ ଟି ଚିତା ମଧ୍ୟରୁ ସାତୋଟି ଅଣ୍ଡିରା ଓ ୬ଟି ମାଈ ଚିତାଙ୍କ ସମେତ ଏବଂ ଗୋଟିଏ ମାଈ ଶାବକ କୁନୋରେ ଏବେ ଅଛନ୍ତି ।
Prev Post