ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ବ୍ଲକର କୁଶୁରଲା କଲୋନୀପଡ଼ାର ଚାଷୀ ୬୦ ବର୍ଷୀୟ ବୃଦ୍ଧ ମହିଚନ୍ଦ୍ର ନାଗ ନିଜ ଚାଷ ଜମିରୁ ଅପରାହ୍ଣରେ ଜାଲେଣି କାଠ ସଂଗ୍ରହ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ପରେ ୧୦୮ଆମ୍ବୁଲାନସକୁ ଫୋନ୍ କରି ଏମ୍.ରାମପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ଖବର ଗ୍ରାମବାସୀ ଶୁଣିଲା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଜଣାପଡିଛି । ଏମ୍.ରାମପୁର ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଏମ୍.ରାମପୁର ଡାକ୍ତରଖାନାରେ ରଖାଯାଇଛି ।
Prev Post