ବରପାଲିପଡାରେ ଲାଟ୍ରିନ ଟାଙ୍କିରେ ପଡ଼ି ଜଣେ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବରପାଲି ପଡାରେ ଆଜି ସକାଳୁ ଏକ ଅଘଟଣ ଦେଖିବାକୁ ମିଳିଛି । ଜଣେ ଯୁବକ ହଠାତ୍‌ ଛାତ ଉପରୁ ପଡି ତଳେ ଥିବା ଲାଟ୍ରିନ ଟାଙ୍କି ଭିତରକୁ ଧସି ଯାଇଥିଲେ । ଲାଟ୍ରିନ ଟାଙ୍କିରେ ଶ୍ୱାସ ରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାମ ସୁରେନ୍ଦ୍ର ମିଶ୍ର ବୋଲି ଜଣାପଡିଥିଲା ବେଳେ ସେ ଖପ୍ରଖୋଲ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମର ବୋଲି ଜଣା ପଡିଛି । ଆଜି ସକାଳୁ ସୁରେନ୍ଦ୍ର ଛାତ ଉପରେ ମୋବାଇଲରେ କଥା ହେଉଥିଲେ । କଥା ହେଉ ହେଉ ନିଜ ଭାରସାମ୍ୟ ହରାଇ ସିଧା ଲାଟ୍ରିନ ଟାଙ୍କି ଭିତରେ ପଡିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତେବେ ବନ୍ଦୁ ପରିଜନଙ୍କ ଦ୍ୱାରା ସୁରେନ୍ଦ୍ରଙ୍କୁ ଉଦ୍ଧାର କରି ଡାକ୍ତରଖାନକୁ ନିଆ ଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ପୋଲିସ ଏହି ଘଠଣାରେ ଏକ ଅପମୃତ୍ୟୁ ମାମଲ ରୁଜୁ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.