ଟ୍ରେନ୍‌ରେ ମହିଳାଙ୍କ ମୃତ୍ୟୁ

ସମ୍ବଲପୁର : ଆେଏପି-ଧାନବାଦ ଏକ୍ସପ୍ରେସ୍‌ରେ ଜଣେ ଭହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ମହିଳା ଜଣକ ହେଉଛନ୍ତି ଝାରଖଣ୍ଡ ବୋକାରୋର ନିମିଶା ଦେବୀ(୩୭) । ସେ କିଡ୍‌ନି ରୋଗରେ ପୀଡିତ ଥିଲେ । ତାଙ୍କ ସ୍ୱାମୀ ରୋଶନ ସିଂହଙ୍କ ସହ ଚିକିତ୍ସା ପାଇଁ ଭେଲୋର ଯାଉଥିଲେ । ଡାକ୍ତରଙ୍କ ପରାମର୍ଶ ପରେ ଉଭୟେ ଟ୍ରେନ୍‌ରେ ଗାଁକୁ ଫେରୁଥିଲେ । ଅତାବିରା ନିକଟରେ ଶୌଚାଳୟ ଯାଇଥିବା ବେଳେ ନିମିଶା ଅଚେତ ହୋଇ ପଡିଯାଇଥିଲେ । ସମ୍ବଲପୁର ଷ୍ଟେସନ ଠାରେ ଶନିବାର ରାତି ୧୨ଟା ପାଖାପାଖି ରେଳ ବିଭାଗ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସମ୍ବଲପୁର ଜିଆର୍‌ପି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ପଞ୍ଚନାମା କରିଥିଲା । ଶବ ବ୍ୟବଚ୍ଛେଦ ପରେ ପୁଲିସ ମହିଳାଙ୍କ ମୃତଦେହକୁ ତାଙ୍କ ସ୍ୱାମୀଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

Leave A Reply

Your email address will not be published.