ପରିତ୍ୟକ୍ତ କୂଅରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ଶିରିଶିପାଳ ପଞ୍ଚାୟତ ରାଙ୍କି ମୁଣ୍ଡାସାହିଠାରେ ଥିବା ଏକ ପରିତ୍ୟକ୍ତ କୂଅରୁ ମୃତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗ୍ରାମର ସମୀର ପାତ୍ର ନାମକ ଜଣେ ଯୁବକ ଗତକାଲି ବଳଦ ଚରାଉଥିବା ସମୟରେ ପରିତ୍ୟକ୍ତ କୂଅରେ କିଛି ଭାସୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହି ଆଜି ସକାଳେ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ମୃତ ଶିଶୁର ଶବକୁ ଉଦ୍ଧାର କରାଯାଇଛି । ଟାଉନ୍ ପୋଲିସ୍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ କେହି ଜଣେ ଅବିବାହିତ ମହିଳା ଏଭଳି କାଣ୍ଡ କରିଥିବା ସାଧାରଣ ଭାବେ ଚର୍ଚ୍ଚା ହେଉଛି ବୋଲି ସ୍ଥାନୀୟ ସରପଞ୍ଚ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.