ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଏକ ଘର ଭିତରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ ନବବଧୂଙ୍କ ପରିବାର ଲୋକେ ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ଅଭିଯୋଗ ଆଣିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ହାତିଆ ଗାଁର ଅଜୟ ବରାଳଙ୍କ ଝିଅ ଗୁଡ଼ୁଲି ବରାଳ ପ୍ରାୟ ବର୍ଷେ ପୂର୍ବେ ପୂଜାରୀ ସାହିର ଜଗନ୍ନାଥ ପୂଜାରୀଙ୍କୁ ପ୍ରେମବିବାହ କରିଥିଲେ । କିନ୍ତୁ ଆଜି ସକାଳେ ଘର ଭିତରୁ ଗୁଡ଼ୁଲିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ଖବର ପାଇ ବ୍ରହ୍ମଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ ବ୍ରହ୍ମଗିରି ଥାନା ଆଇଆଇସି ମନୋଜ କୁମାର ଶତପଥୀ ସୂଚନା ଦେଇଛନ୍ତି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ଗାଁରେ ଆଲୋଚନା ହେଉଛି ।