centurian jitm

ପରିତ୍ୟକ୍ତ କୋଠରୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

nschool

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ କାର୍ଯ୍ୟାଳୟ ପରିସରରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ମହିଳା ଜଣକ ୧୦ରୁ ୧୨ ଦିନ ତଳେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସୂଚନା ରହିଛି । ସୂଚନା ଅନୁସାରେ ଘଷିପୁରା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟାଟିଷ୍ଟିକ୍ ବିଲ୍ଡିଂ ପଛପଟୁ ଏକ ପରିତ୍ୟକ୍ତ କୋଠରୀ ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ଜଣେ କର୍ମଚାରୀ ଷ୍ଟାଟିଷ୍ଟିକ୍ ବିଲ୍ଡଂକୁ କୌଣସି କାମରେ ଆସିଥିବା ବେଳେ ଦୁର୍ଗନ୍ଧ ହେବାରୁ ସନ୍ଦେହରେ ପଛପଟକୁ ଯାଇ ଦେଖିବାରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରିଛି । ତେବେ ମହିଳା ଜଣକ ୧୦ରୁ ୧୨ ଦିନ ତଳେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

error: Content is protected !!