ରାସ୍ତା କଡ଼ରୁ ମିଳିଲା ୨ ଯୁବକଙ୍କ ମୃତଦେହ : କାରଣ ଅସ୍ପଷ୍ଟ

ବ୍ରହ୍ମଗିରି : ରାସ୍ତା କଡ଼ରୁ ମିଳିଲା ୨ ଯୁବକଙ୍କ ମୃତଦେହ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କାଠୁଆରେଡି ବାଲିହରଚଣ୍ଡି ରାସ୍ତାରୁ ମିଳିଛି ୨ ଯୁବକଙ୍କ ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଶନିବାର ବାଲିହରଚଣ୍ଡୀ ରାସ୍ତାର ମାଲାସା ଶଙ୍ଖ ନିକଟ ଧାନ ଜମିରୁ ୨ ଯୁବକଙ୍କ ରକ୍ତାକ୍ତ ଶବ ପଡିଥିବାର ଦେଖିବାକୁ ମିଳିଥିଲା । ଏପରିକି ସେମାନଙ୍କ ପାଖରେ ଏକ ମୋଟରସାଇକେଲ ପଡିଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଶୁକ୍ରବାର ରାତିରେ ପୁରୀ ଅଞ୍ଚଳର କିଛି ଯୁବକ ରାତିରେ ବାଲିହରଚଣ୍ଡିରେ ଭୋଜି କରି ଫେରୁଥିଲେ । ମୃତ ଯୁବକ ୨ ଜଣ ପୁରୀ ଖଡିପଦା ଅଞ୍ଚଳର ବୋଲି ଜଣାପଡିଛି । ଘଟଣାସ୍ଥଳରେ ବ୍ରହ୍ମଗିରି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.