
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚାନ୍ଦୋତରାର ଟିଟୁ ନାୟକଙ୍କ ମେଡିସିନ ଦୋକାନରେ ପିପଲପଦର ଗ୍ରାମର ସ୍ଵର୍ଗତ ନଟବର ଭୋଇଙ୍କ ତୃତୀୟ ପୁତ୍ର ରାଜିନ ଭୋଇ ପ୍ରତିଦିନ ଭଳି କାମ କରିବାକୁ ଯାଇଥିଲେ । ସବୁଦିନ ରାତି ୯ଟା ବେଳେ ସେ ଘରକୁ ଫେରନ୍ତି କିନ୍ତୁ କାଲିରାତି ଫେରି ନଥିଲେ । ପାହାନ୍ତିଆରୁ କୁର୍ସୁଡ଼ ଓ ଚାନ୍ଦୋତରା ମଝି କଣ୍ଡରା ଛକ ନିକଟରେ କେଉଁ ଜଣେ ଯୁବକ ପଡ଼ିଛନ୍ତି ବୋଲି ଖବର ପ୍ରଚାରିତ ହେବା ପରେ ରାଜିନଙ୍କ ପରିବାର ଲୋକେ ତାଙ୍କୁ ଚିହ୍ନଟ କରିଛନ୍ତି । ତେବେ ତାଙ୍କ ମୃତ୍ୟୁ କିପରି ହେଲା ? ସଡକ ଦୁର୍ଘଟଣା ନା ହତ୍ୟା ? ପୋଲିସ ତଦନ୍ତରୁ ଜଣାପଡିବ ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି ।