ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଡେଲାଙ୍ଗ ଡିଷ୍ଟ୍ରିବ୍ୟୁଟାରୀ କେନାଲ ବନ୍ଧର ଧାନପୁର ବ୍ରିଜ ନିକଟ ଦଳଭର୍ତ୍ତି ସଫେଇନାଳରୁ ଜଣେ ବିବାହିତ ଯୁବକର ଗଳିତ ମୃତଦେହକୁ ପୁଲିସ ଗୁରୁବାର ସଂନ୍ଧ୍ୟାରେ ଉଦ୍ଧାର କରିଛି । ମୃତକଙ୍କ ନାମ ସୁଲତାନ ଖାନ୍(୪୩) ଓ ତାଙ୍କ ଘର ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ରେଲୱେ କଲୋନୀରେ ହୋଇଥିବା ବେଳେ ସେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଗୁଆଲିଆସାହିରେ ଭଡାଘରେ ରହି କୁକୁଡା ବ୍ୟବସାୟ କରୁଥିବା ଢ଼ବର ମିଳିଛି । ଢ଼ବର ଅନୁଯାଞୀ, ସୁଲତାନ ଗତ ୧୪ ତାରିଖରୁ ନିଖୋଜ ଥିବା ବେଳେ ପରିବାର ଲୋକେ ତାଙ୍କର କୌଣସି ଖୋଜଖବର ନପାଇବାରୁ ୧୬ତାରିଖରେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପିପିଲି ଥାନାରେ ଏକ ନିଖୋଜ ମାମଲା ମଧ୍ୟ ରୁଜୁ ହୋଇଥିଲା । ଗୁରୁବାର ଅପରାହ୍ନ ସମୟରେ ଉକ୍ତ ଦଳଭର୍ତ୍ତି ସଫେଇନାଳ ପାଣିରେ ଗଳିତ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ ।ସୂଚନା ପାଇ ପିପିଲି ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ, ଏସ୍ଆଇ ରାଜନ ବିଶୋଇ, ଏଏସ୍ଆଇ ରମାକାନ୍ତ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହକୁ ପାଣି ମଧ୍ୟରୁ ଉପରକୁ ଆଣିବା ପରେ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଥିଲେ । ସଂନ୍ଧ୍ୟା ହୋଇଯିବାରୁ ଆଜି ସକାଳେ ମୃତଦେହର ପଞ୍ଚାନାମା କରାଯିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯିବ ବୋଲି ଆଇଆଇସି ଶ୍ରୀ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି। ଏନେଇ ପିପିଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।
Prev Post
Next Post