om academy

କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

jsm

ମାଲକାନଗିରି : ମାଲକାନଗିରି ଥାନା ନିକଟବର୍ତ୍ତି ଝାଟିମାଟି କଲୋନୀ ନିକଟରେ ଥିବା କେନାଲରେ ଶନିବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ରାମକୃଷ୍ଣ ଗଣ୍ଡା ଏବଂ ତାଙ୍କ ଘର ଝାଟିମାଟି କଲୋନୀର ୱାର୍ଡ ନଂ ୧୪ ବୋଲି ଜଣାପଡ଼ିଛି । କେନାଲରେ ମୃତଦେହ ଭାସୁଥିବାର ଲୋକମାନେ ଦେଖିବା ସଂଗେ ପୋଲିସ ଓ ଦମକଳ ବାହିନୀକୁ ଜଣାଇଥିଲେ । ମାଲକାନଗିରି ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିଥିଲେ । ମୃତଦେହଟି ଝାଟିମାଟି କଲୋନୀର ୱାର୍ଡ ନଂ ୧୪ର ରାମକୃଷ୍ଣ ଗଣ୍ଡା ବୋଲି ଜଣାପଡିଥିଲା । ପରିବାର ଲୋକଙ୍କ କହିବା ଅନୁଯାୟୀ ରାମକୃଷ୍ଣଙ୍କୁ ମୂର୍ଚ୍ଛାରୋଗ ଥିଲା । ଅଧିକ ତଦନ୍ତ କରିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଚଳାଇଛି ।

Leave A Reply

Your email address will not be published.