ଟିଟିଲାଗଡ/ସିନ୍ଧେକେଲା, (କେପିଏନ୍ଏସ୍) : ଟିଟିଲାଗଡ- କେସିଙ୍ଗା ରେଳ ଧାରଣାର ୨୦୬ ନଂ ମାଇଲ ଖୁଣ୍ଟ ନିକଟରୁ ଜିଆର୍ପି ପୋଲିସ ଏକ ମୃତଦେହ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଟିଟିଲାଗଡ ହାଇସ୍କୁଲପଡା ନିବାସୀ ମ୍ୟାନେଜର ପୁଟେଲଙ୍କ ପୁଅ ଉତ୍ତମ ପୁଟେଲ(୩୨ ବର୍ଷ) ଏବଂ ସେ ଗତ ରାତିରେ କେସିଙ୍ଗା ପଟୁ ଆସୁଥିବା ଜଗଦଳ ପୁର ଏକ୍ସପ୍ରେସ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଜିଆର୍ପି ଏଏସ୍ଆଇ ବିଭୂତି ଭୂଷଣ ବିଶ୍ୱାଳ ଘଟଣାସ୍ଥଳରୁ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଏନେଇ ଜିଆର୍ପି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାରଇଛି ।