ରେଳଧାରଣାରୁ ଦାଦନ ଫେରନ୍ତା ଯୁବକଙ୍କ ମୃତଦେହ ଉଦ୍ଧାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଜଲିଆ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ନାଇକେନମାଲ ଗାଁର ଟିକେଲାଲ ମାଝୀ ବୋଲି ଜଣାପଡ଼ିଛି । ସେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ନିଜ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି । ତେବେ ଟିକେଲାଲକୁ କିଏ ଟ୍ରେନରୁ ଧକ୍କା ଦେଇଛି ନା ନିଜେ ଖସି ପଡ଼ିଛନ୍ତି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅନ୍ୟପକ୍ଷରେ ସେ ଘରକୁ ଫେରୁଥିବା ବେଳେ ତାଙ୍କ ମୃତଦେହ ରେଳ ଧାରଣା କଡ଼ରୁ ଉଦ୍ଧାର କରାଯାଇଥିବାରୁ ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରୁଛନ୍ତି । ବଲାଙ୍ଗିର ଜିଆରପି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.