oom

ଆଇଆରଇଏଲରେ କାର୍ଯ୍ୟରତ ମୃତ କର୍ମଚାରୀଙ୍କ ପରିବାରକୁ ନିଯୁକ୍ତି ଦିଆଯାଉ : ଏଚ୍‌ଏମ୍‌ଏସ୍‌

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଛତ୍ରପୁର ଉପକଣ୍ଠ ମାଟିଖାଲ୍‌ ସ୍ଥିତ ଭାରତୀୟ ବିରଳ ମୃତ୍ତିକା (ଆଇଆରଇଏଲ) କମ୍ପାନୀର କର୍ମଚାରୀଙ୍କ ମୃତ୍ୟୁ ପରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ ଯୋଜନାରେ ନିଯୁକ୍ତି ଦେବାରେ ଅହେତୁକ ବିଳମ୍ବ ଯୋଗୁଁ ମୃତକ ପରିବାର ସଦସ୍ୟମାନେ ଗତ ୧୭ ତାରିଖରୁ ପୁଣି ଆଇଆରଇଏଲ କମ୍ପାନୀ ସମ୍ମୁଖରେ ଧାରଣା ଦେଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ଆଇଆରଇଏଲରେ କାର୍ଯ୍ୟରତ ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ଥିଲା । କିନ୍ତୁ ୨୦୧୨ ମସିହାରୁ ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଇତି ମଧ୍ୟରେ ମୃତ୍ୟୁବରଣ କରିଥିବା ପ୍ରାୟ ୪୦ ଜଣ କର୍ମଚାରୀଙ୍କୁ ପରିବାର ଥଇଥାନ କରାଯାଇନାହିଁ । ଦୁର୍ଭାଗ୍ୟର ବିଷୟ ତିନିଦିନ ଧରି ଧାରଣା ଚାଲୁ ରହିଥିଲେ ମଧ୍ୟ ଆଇଆରଇଏଲ କର୍ତ୍ତୁପକ୍ଷ କିମ୍ବା ଜିଲା ପ୍ରଶାସନ ଧାରଣାରତ ସଦସ୍ୟଙ୍କ ସହ ଆଲୋଚନା କରିନଥିବା ଉଦବେଗର ବିଷୟ । ପୂର୍ବ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦାବିରେ ଆଇଆରଇଏଲ ଅଧ୍ୟକ୍ଷ ଓ ସ୍ଥାନୀୟ ଅଧିକାରୀଙ୍କୁ ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌) ରାଜ୍ୟ ଉପସଭାପତି ରବି ରଥ ଅବଗତ କରାଇବା ସହିତ ଆନ୍ଦୋଳନକୁ ହିନ୍ଦ୍‌ ମଜଦୁର ସଭା ପକ୍ଷରୁ ସମର୍ଥନ କରାଯାଇଛି ।

jittmm
Leave A Reply

Your email address will not be published.