କାର୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ, (ତାପସ ଦାସ) : କାର୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳପଡା ଛକରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ପ୍ରଣବ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି । ଘଟଣାସ୍ଥଳରେ ହିନ୍ଦୋଳ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ ଯୁବକଙ୍କ ମୃତ୍ୟୁ କିଭଳି ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତଦନ୍ତ ପରେ ଜଣାପଡିବ ବୋଲି ହିନ୍ଦୋଳ ପୁଲିସ କହିଛି ।

Leave A Reply

Your email address will not be published.