ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣ୍ଟାମାଳ : କଣ୍ଟାମାଳ ଥାନା ମଲିକକୁଦ ଗ୍ରାମ ଉପରପଡ଼ାର ଯୁବକ ଯଦୁରାଜ ଭୋଇ (୪୦)ଙ୍କ ଗଳିତ ମୃତଦେହ ପୁଲିସ ମଲିକକୁଦ ଗ୍ରାମରୁ ୧ କିମି ଦୂର ସାହାଜପିଟା ଗ୍ରାମ ନିକଟ ଜଙ୍ଗଲର ଏକ ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ଯଦୁରାଜ ଗତ ୧୩ ତାରିଖରେ କାଠ ଆଣିବା ପାଇଁ ନିକଟସ୍ଥ ହୁଣ୍ଡାରଦୁଲି ଜଙ୍ଗଲକୁ ଯାଇ ଆଉ ଘରକୁ ଫେରି ନଥିବା ନେଇ ୧୪ ତାରିଖରେ ତାଙ୍କ ବଡ଼ଭାଇ ଉଦ୍ଧବ ଭୋଇ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଗତକାଲି କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଗତକାଲି ସନ୍ଧ୍ୟା ହୋଇଯିବାରୁ ଆଜି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି । ଶବ ବ୍ୟବଚ୍ଛେଦ କଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏସ୍‌ଆଇ ଲିସାରାଣୀ ସେଠୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.