କୋଲାବ ଜଳଭଣ୍ଡାରରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଲମତାପୁଟ : ବୁଧବାର ସଂଧ୍ୟାରେ ଶୌଚ ହେବାକୁ ଯାଇଥିଲେ ଟିକରପଡ଼ା ଗାଁର ରଇଲା ବଡ଼ନାୟକ । ବିଳମ୍ବିତ ରାତି ପରେ ମଧ୍ୟ ଘରକୁ ଫେରିନଥିଲେ ରଇଲା । ପରିବାର ଲୋକେ ବହୁତ ଖୋଜାଖୋଜି କଲା ପରେ ବି କୌଣସି ପତ୍ତା ପାଇନଥିଲେ । ଶେଷରେ ନିଖୋଜ ମହିଳାଙ୍କ ମୃତଦେହ ଶନିବାର ଦିନ କୋଲାବ ଜଳଭଣ୍ଡାରରେ ଭାସୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ନନ୍ଦପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ । ଏହା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଯାଇଛି ।

Leave A Reply

Your email address will not be published.