ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସଇନ୍ତଲା, (ପ୍ରମୋଦ କୁମାର ସେଲ୍‌ମା) : ବଲାଙ୍ଗିର ଜିଲ୍ଲା ସଇନ୍ତଳା ଥାନା କୁଟୁରାମୁଣ୍ଡା ମହୁଲପଡା ନିକଟ ଡଙ୍ଗାବାହାଲର ଏକ ଗଛରୁ ସାବିତ୍ରୀ ଭୋଇ ନାମ୍ନୀ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ବୁଢିପଦର ଗ୍ରାମର ସାବିତ୍ରୀ ଭୋଇ ତୁଷୁରା କଲେଜରେ ପଢୁଥିଲେ । ସେ ବୁଧବାର ସକାଳୁ କଲେଜ ଯାଇଥିଲେ । ସେଠାରେ କମ୍ପ୍ୟୁଟର କ୍ଲାସ୍‌ ସାରି ଫେରିବା ସମୟରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଡଙ୍ଗାବାହାଲ ଗ୍ରାମର କିଛି ଲୋକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖି ସଇନ୍ତଳା ଥାନା ପୁଲିସକୁ ଖବର ଦେଇଥିଲେ ।

Leave A Reply

Your email address will not be published.

error: Content is protected !!