ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ଵର, (ଶୁଶାନ୍ତ ସାହୁ) : ଭୁବନେଶ୍ୱର ଉପକଣ୍ଠ ବାସୁଆ ଘାଇ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ମହିଷାଖାଲ ଅଞ୍ଚଳର ଆଲୋକ ଜେନା ବୋଲି ଜଣାପଡିଛି । ସୂଚନା ଅନୁସାରେ ହୋଲି ଦିନଠାରୁ ଆଲୋକ ଜେନା ନିଖୋଜଥିବା ବେଳେ ଆଜି ସକାଳୁ ନଦୀ କୂଳରେ ଆଲୋକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ନଦୀରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.

error: Content is protected !!