କଳ୍ପନା ଛକ ନିକଟରେ କଦଳୀ ଠେଲା ଉପରକୁ ମାଡ଼ିଗଲା କାର : ଦୋକାନୀ ମୃତ

ଭୁବନେଶ୍ଵର, (ସୁଶାନ୍ତ ସାହୁ) : ଭୁବନେଶ୍ଵର କଳ୍ପନା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ରାଜମହଲ ଛକ ପଟୁ କଳ୍ପନା ଛକ ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ କାର ରାସ୍ତା କଡ଼ରେ ଟ୍ରଲିରେ ବିକ୍ରି କରୁଥିବା କଦଳୀ ଦୋକାନୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ କଦଳୀ ଦୋକାନୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!