lika

ମହାନଦୀରେ ବୁଡ଼ିଯାଇ ଜଣେ ମୃତ

gbag

ବଡ଼ମ୍ବା : ନଦୀରେ ବୁଡ଼ିଯାଇ ଶଂଖାମେରୀ ଜାନିଗାଡ଼ିଆ ସାହିର ମୁରଲୀ ବେହେରା(୪୭)ଙ୍କ ମୃତ୍ୟୁ ଘଟିଛି । ବୁଧବାର ସକାଳେ ନିଜ ଗାଁ ସ୍ଥିତ ମହାନଦୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିବା ଗ୍ରାମବାସୀଙ୍କଠୁ ସୂଚନା ମିଳିଛି । ଏହି ଦୁଃଖଦ ଖବର ପାଇବା ପରେ ସ୍ଥାନୀୟ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଗ୍ରାମବାସୀ ପରମାନନ୍ଦ ସେଠୀ, ସରପଞ୍ଚଙ୍କ ପ୍ରତିନିଧି ମାନସ ରଞ୍ଜନ ମୁଦୁଲି, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଜିଲ୍ଲାପରିଷଦ ସଦସ୍ୟ ରବୀନ୍ଦ୍ର କୁମାର ସାହୁ, ସାମାଜିକ କର୍ମୀ ପ୍ୟାରୀ ମୋହନ ସ୍ୱାଇଁ, ସୁଶାନ୍ତକୁମାର ଜେନା ପ୍ରମୁଖ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସାକ୍ଷାତ କରି ସମବେଦନା ଜଣାଇଥିଲେ । ଜଣେ ରାଜମିସ୍ତ୍ରୀ ଥିବା ମୃତକ ମୁରଲୀଙ୍କ ଅକାଳ ବିୟୋଗରେ ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ନେତୃବର୍ଗ ଗଭୀର ଶୋକବ୍ୟକ୍ତ କରିଛନ୍ତି । ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇଛନ୍ତି । ଏକ ଶୋକାକୁଳ ପରିବେଶରେ ଗାଁ ଶ୍ମଣାନରେ ମୁରଲୀଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

babaa
Leave A Reply

Your email address will not be published.