oum

ପୁଅ ବୋହୂଙ୍କ ଆକ୍ରମଣରେ ବାପା ମୃତ

jsm

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଭଅଁରା ଗାଁରେ ପୁଅ ବୋହୂଙ୍କ ଆକ୍ରମଣରେ ବାପାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ଲୁଚନ ମୁଣ୍ଡା । ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ରାତିରେ ପ୍ରଥମେ ନିଶାସକ୍ତ ଅବସ୍ଥାରେ ଲୁଚନ ପୁଅ ମଙ୍ଗଲ ଏବଂ ବୋହୂଙ୍କୁ ବାରସୀ ସାହାଯ୍ୟରେ ଆକ୍ରମଣ କରିଥିଲେ । ପରେ ରାଗିଯାଇ ପୁଅ ବୋହୂ ଲୋଚନଙ୍କୁ ବାରସୀରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.