
ସୋର : ଖଇରା ବ୍ଲକ ଗଡ଼ପୋଖରୀ ପଞ୍ଚାୟତରେ ଚାଲିଥିବା ବେଆଇନ ମୋରମ ଖାଦାନରେ ପଡି ଆଜି ୫ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗଡ଼ପୋଖରୀ ପଞ୍ଚାୟତ ଗୋଆପାଳ ଓ ଗଗୁଆରେ ବେଆଇନ ମୋରମ ତାଡି ନେବା ପରେ ସେହି ସ୍ଥାନରେ ବଡ଼ବଡ଼ ଘାଇ ସୃଷ୍ଟି ହେଉଛି । ଫଳରେ ବର୍ଷା ହେବା ଦ୍ୱାରା ପାଣି ଭର୍ତ୍ତି ହୋଇଯାଉଛି । ଶନିବାର ଖଇରା ବ୍ଲକ ଗୋଆପାଳ ଗ୍ରାମର ସୁରେଶ ନାଇକଙ୍କର ୫ ବର୍ଷର ପୁଅ ବିଶ୍ୱଜିତ ନାଇକ ଘାଇରେ ପଡି ଯାଇଥିଲେ । ସଙ୍ଗେ ସଙ୍ଗେ ଅଞ୍ଚଳବାସୀ ଖଇରା ମେଡ଼ିକାଲଙ୍କୁ ଆଣିଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।