କେନାଲରେ ବୁଡି ବୃଦ୍ଧ ମୃତ

ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ । ମୃତକ ପଶ୍ଚିମକଛ ଢିଅସାହିର ଗୋପିନାଥ ସାହୁ ବୋଲି ଜଣାପଡିଛି । କଟକ ଜିଲ୍ଲା ସାଲେପୁର ବ୍ଲକ୍‌ରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ, ଗୋପିନାଥ ସାହୁ କେନ୍ଦ୍ରାପଡ଼ା କେନାଲର ବାର ବୋଡିଆ ନିକଟ କେନାଲ ପାକ ଦେଇ ଯାଉଥିଲେ । ଏହି ସମୟରେ ଭାରସାମ୍ୟ ହରାଇ କେନାଲରେ ପଡ଼ି ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇ ବୃଦ୍ଧଙ୍କୁ ଉଦ୍ଧାର ଉଦ୍ଧାର କରିଥିଲେ । ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା ଚରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମଧ୍ୟ ପଠାଇଛି ପୋଲିସ ।

Leave A Reply

Your email address will not be published.