ଯାତ୍ରୀବାହୀ ବସ୍ ଧକ୍କାରେ ମହିଳା ମୃତ

ଭାପୁର : ଭୁବନେଶ୍ଵର ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ ମହିଳା । ବସ୍ ଧକ୍କାରେ ଚାଲିଗଲା ଜୀବନ । ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅର୍ନ୍ତଗତ ଭାପୁର କଳାପଥର ବାଇପାସ୍ ରାସ୍ତାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ଭାପୁର ବ୍ଲକ ଗୋଳାପୋଖରୀ ପଞ୍ଚାୟତ କରଡାପଲ୍ଲୀ ଗ୍ରାମର ହୁଲ୍ଲାସ ବେହେରା (୬୪) କଳାପଥର ବାଇପାସ୍ ରାସ୍ତାରେ ଭୁବନେଶ୍ୱର ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ । ଏହି ସମୟରେ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହୁଲ୍ଲାସଙ୍କ ମୃତ୍ୟୁ ହୋଇଥିଲା । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ଖବର ପାଇ ପୋଲିସ କର୍ମଚାରୀ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା । ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମୃତଦେହ ପଠାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.