ଗୁଳିବିନିମୟରେ ୩ ମହିଳା ନକ୍ସଲ ମୃତ

ମାଲକାଗିରି : ମାଲକାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଓ କଂକେର ସୀମାବର୍ତ୍ତି ଜଙ୍ଗଲରେ ସୁରକ୍ଷାବାହିନୀ ଗୁଳିରେ ୩ ମହିଳା ନକ୍ସଲ ମୃତ । ମୃତ ମହିଳା ନକ୍ସଲମାନେ ହେଲେ ଶାନ୍ତି, ଲକ୍ଷ୍ମୀ ଓ ସବିତା । ସେମାନଙ୍କଠାରୁ ୩ଟି ବନ୍ଧୁକ ସହ ବିସ୍ଫରୋକ ଜବତ କରାଯାଇଛି । ଖବର ମୁତାବକ, ଗତକାଲି ନାରାୟଣପୁର ଓ କଂକେର ସୀମାବର୍ତ୍ତୀ ଜଙ୍ଗଲରେ ନକ୍ସଲଙ୍କର ଉପସ୍ଥିତି ନେଇ ବିଶେଷସୂତ୍ରରୁ ସୁରକ୍ଷାବାହିନୀକୁ ଖବର ମିଳିଥିଲା । ଏହାପରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପ୍‌ରେସନ୍‌ ଆରମ୍ଭ ହୋଇଥିଲା । ଏନେଇ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୩ ଜଣ ନକ୍ସଲଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.