ଟ୍ରକ୍‌ ଓ କାର୍‌ ମୁହାମୁହିଁ : ୫ ମୃତ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅନ୍ତିମ ସଂସ୍କାର ସାରି ଫେରୁଥିବାବେଳେ ଟ୍ରକ୍‌ ସହ ପିଟି ହେଲା କାର୍‌ । ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶର କୁଡାପ୍ପା-ରାୟଚୋଟି ଜାତୀୟ ରାଜପଥର ଗୁଭାଲଚେରୁଭୁ ଘାଟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ତେବେ କୁଡାପ୍ପା ଠାରୁ ଗୁଭାଲଚେରୁଭୁକୁ ଯାଉଥିବା ଏକ କାର୍‌ ସହିତ ଏକ କଣ୍ଟେନର୍‌ ଟ୍ରକ୍‌ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.