ବଜ୍ରପାତରେ କୃଷକ ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ତିଲେଇମାଲ ଗାଁରେ ବଜ୍ରପାତ ଯୋଗୁଁ ଜଣେ କୃଷକଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ ରବିବାର ତିଲେଇମାଲ ଗାଁ ହିମାଂଶୁ ମହାନନ୍ଦ (୫୨) ତଳି ରୁଆ କାର୍ଯ୍ୟ ପାଇଁ ଧାନ ବିଲକୁ ଯାଇଥିଲେ । ଦିନ ୨ଟା ବେଳେ ବର୍ଷା ହେଉଥିବା ସମୟରେ ବଜ୍ରପାତ ଯୋଗୁଁ ସେ ଗୁରୁତର ହୋଇ ପଡିଥିଲେ । ସେଠାରେ ଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ତୁରନ୍ତ ଗାଁକୁ ଆଣି ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.