ହାତୀ ଆକ୍ରମଣରେ ଯୁବକ ମୃତ

ଝାରସୁଗୁଡା : ହାତୀକୁ ଘଉଡ଼ାଇବା ବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା । ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଭାଲୁପିତ୍ରା ଗ୍ରାମରେ ଏଭଳି ଘଟଣାଘଟିଛି । ମୃତ ଯୁବକ ଜଣକ ଫକିର କିସାନ୍ (୩୦) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଶୁକ୍ରବାର ସକାଳୁ ଏକ ଦନ୍ତା ହାତୀ କିର୍ମିରା ବ୍ଲକ ଭାଲୁପତ୍ରା ଗ୍ରାମରେ ଫସଲ ନଷ୍ଟ କରୁଥିଲା । ଏହି ସମୟରେ ବନବିଭାଗ ଓ ଗ୍ରାମବାସୀ ମିଳିତ ଭାବରେ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ହଠାତ୍‌ ହାତୀ ପଛକୁ ଫେରି ଆସି ଆକ୍ରମଣ କରିଥିଲା । ଫକିର ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀ ଆକ୍ରମଣରୁ ବଞ୍ଚିବା ପାଇଁ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତଳେ ପଡ଼ିଯାଇଥିଲେ । ଫକିର ଉଠିବା ପୂର୍ବରୁ ହାତୀ ତାଙ୍କୁ ଦଳି ଦେଇଥିଲା । ଏହା ଦେଖି ଗ୍ରାମବାସୀ ତୁରନ୍ତ ତାଙ୍କୁ ଉଦ୍ଧାର କରି କିର୍ମିରା ହସ୍ପିଟାଲ୍ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.