ବାଇକ୍‌କୁ ଧକ୍କା ଦେଲା ବସ୍‌ : ୨ ମୃତ

ସମ୍ବଲପୁର : ଶାସନ ଥାନା ଅନ୍ତର୍ଗତ କୁକୁଡ଼ାପାଲି ଓ ସିକ୍ରାପାଲି ମଝିରେ ଥିବା ମାର୍କେଟ ୟାର୍ଡ଼ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ସବିତା ନିଖଣ୍ଡିଆ ଓ ସରୋଜ ନାଏକ । ସୂଚନା ଅନୁସାରେ ଆଜି ସରୋଜ ତାଙ୍କ ବାଇକ୍‌ରେ ସବିତାଙ୍କୁ ବସାଇ ତାଙ୍କ ଗ୍ରାମକୁ ଯାଉଥିବା ବେଳେ ଏକ ବସ୍‌ ସମ୍ମୁଖରୁ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟେ ରାସ୍ତାରେ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଫଳରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଧକ୍କା ଦେଇଥିବା ବସ୍‌ଟି ଫେରାର୍‌ ହୋଇଯାଇଛି । ସେପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.