ବସ୍‌ ଧକ୍କାରେ ଯୁବକ ମୃତ

ମାଲକାନଗିରି : କୋରିୟର କାମ ସାରି ଘରକୁ ଫେରୁଥିବା ବେଳେ ବସ୍‌ ଧକ୍କାରେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି । ମାଥିଲି ବ୍ଲକର ସାରଙ୍ଗପାଲି ଗ୍ରାମର ଶିବ ବାରିକ ନାମକ ଯୁବକ ଏକ ଘରୋଇ କୋରିୟର୍‌ରେ କାମ କରୁଥିଲେ । କାଲି ମାଲକାନଗିରି ଆସି ନିଜର କାମ ସାରି ସଂଧ୍ୟାରେ ଘରକୁ ଫେରୁଥିବା ବେଳେ ମାଥିଲି ଥାନା ଅନ୍ତର୍ଗତ ଅଁଳାଯୋଢି ଛକ ନିକଟରେ ବସ୍‌ ସହ ଶିବର ମଟରସାଇକେଲ ଧକ୍କା ହୋଇଥିଲା । ମାଥିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଆହତ ଶିବକୁ ମେଡିକାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.