ସାପ କାମୁଡାରେ ଭାଇଭଉଣୀ ମୃତ

ବଲାଙ୍ଗିର : ବିଷାକ୍ତ ସାପ କାମୁଡାରେ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି । ଏପରି ଦୁଃଖଦ ଘଟଣା ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଜାମପଦର ଗାଁରେ ଘଟିଛି । ମୃତକ ହେଲେ ଭାବଗ୍ରାହୀ ସାଗର ଓ ମନିକା ସାଗର । ଗତକାଲି ରାତିରେ ପିଲା ଦୁଇଟି ଖାଇପିଇ ବାପା ମା’ଙ୍କ ପାଖରେ ଶୋଇଥିଲେ । ବିଳମ୍ବିତ ରାତିରେ ପିଲା ଦୁଇଟି ଅସୁସ୍ଥ ହୋଇପଡ଼ିଥିଲେ । ଦୁଇଜଣଙ୍କ ମୁହଁରୁ ଫେଣ ବାହାରିଥିଲା । ପରିବାର ଲୋକେ ସେମାନଙ୍କୁ ଚିକିତ୍ସା ପାଇଁ ସଇଁତଲା ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.