ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା ଘର କାନ୍ଥ : ୨ ମୃତ

ନବରଙ୍ଗପୁର : ବଙ୍ଗୋପସାଗରରେ ଅବପାତ ଯୋଗୁଁ ଜାରି ରହିଥିବା ଲଗାଣ ବର୍ଷାରେ ଯାଇଛି ଦୁଇ ଦୁଇଟି ଜୀବନ । ଘର କାନ୍ଥ ଭୁଶୁଡି ଉଭୟେ ପ୍ରାଣ ହରାଇଛନ୍ତି ।ନବରଙ୍ଗପୁରର ଜଣେ ୪ ବର୍ଷର ଶିଶୁ ଏବଂ ଅନ୍ୟ ଜଣେ ବୃଦ୍ଧ । ବାପାଙ୍କ ସହ ଘରେ ଖେଳୁଥିବା ବେଳେ ଶିଶୁ ଉପରେ ମାଡି ବସିଥିଲା ଘର କାନ୍ଥ । ପ୍ରଥମେ ଶିଶୁକୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ସେପଟେ ଅନୁଗୁଳ ବଅଁରପାଳ ବ୍ଲକ୍ ସାନକେରଜାଙ୍ଗ ଗାଁରେ ଘର କାନ୍ଥ ଭୁଶୁଡି ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି । ସେ ନଜି ଦୁଇ ନାତୁଣୀଙ୍କ ସହ ଘରେ ଶୋଇଥିବା ବେଳେ କାନ୍ଥ ଭୁଶୁଡି ପଡିଥିଲା । ଆହତ ତିନି ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ଅଜାଙ୍କୁ ମୃତ ଘୋଷଣା କରିଥିଲେ । ତିନି ବର୍ଷ ଓ ପାଞ୍ଚ ବର୍ଷର ଦୁଇ ଆହତ ନାତୁଣୀଙ୍କ ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.