oum

କ୍ରେନ ଚଢ଼ି ଜଣେ ମୃତ

jsm

ମାଲକାନଗିରି : ମାଲକାନଗିରି ସଦର ମହକୁମା ସ୍ଥିତ ଚେକ ଗେଟ ନିକଟରେ ଜଣେ ବ୍ୟକ୍ତିଙ୍କ ଉପରେ କ୍ରେନ ଚଢିଯିବା ଫଳରେ ଘଟଣାସ୍ଥଳରେ ହିଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ବ୍ୟକ୍ତିଙ୍କ ନାମ ରାମ ସିଂ(୪୫)ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ସ୍ଥାନୀୟ ଚେକ ଗେଟ ନିକଟରେ ସହରସ୍ଥିତ ଜୟପୁରିଆଗୁଡ଼ା ବାସିନ୍ଦା ରାମ ସିଂ ରାସ୍ତା ପାର କରୁଥିବା ବେଳେ ଅଚାନକ ଏକ କ୍ରେନ ତାଙ୍କ ଉପରେ ଚଢିଯାଇଥିଲା । ଫଳରେ କ୍ରେନର ଚକା ତଳେ ରାମ ସିଂ ଚାପି ହୋଇଯାଇଥିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । କ୍ରେନର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.