om academy

କାର ଧକ୍କାରେ ବାଇକ୍ ଆରୋହୀ ମୃତ

jsm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ବୁର୍ଡା ନିକଟସ୍ଥ ଲାଇନଜୁରୀ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କାର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ଆଗଲପୁର ବ୍ଲକ ଡୁମେରପାଲି ଗ୍ରାମର ପ୍ରସନ୍ନ ସେଠ୍ ଓ ପେଶାରେ ସେ ଜଣେ ଶିକ୍ଷକ ବୋଲି ଜଣାପଡିଛି । ପ୍ରସନ୍ନ ଲୋଇସିଂହାରୁ ବୁର୍ଡ଼ା ପଟକୁ ଆସୁଥିବା ବେଳେ ବିପରୀତ ଦିଗରୁ ଦୃତ ଗତିରେ ଏକ ବୋଲେନୋ ଗାଡ଼ି ତାଙ୍କ ବାଇକକୁ ଧକ୍କା ଦେଇ ଘୋଷାରି ନେଇଥିଲା । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇବା ସହିତ ଉଭୟ କାର ଓ ବାଇକକୁ ଜବତ କରିଥିବା ଜଣାଯାଇଛି ।

Leave A Reply

Your email address will not be published.