ସମ୍ବଲପୁର : ମହାନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ଠେଲକୋପଡ଼ାର ସଚିନ ନାଏକ(୪୦) । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସଚିନ ମଙ୍ଗଳବାର ଦିନ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ । ତେବେ ବାଲିବନ୍ଧା ଘାଟରେ ସେ ବୁଡ଼ି ଯାଇଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦିନ ସାଢ଼େ ୧ଟା ପାଖାପାଖି ପାଣି ଭିତରୁ ସଚିନଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
Next Post