om academy

ଗଛରେ ପିଟି ହୋଇ ୫୦ ଫୁଟ୍‌ ଉପରକୁ ଉଡିଲା କାର୍‌ : ଜଣେ ମୃତ

jsm

ମାଲକାନଗିରି : ମାଥିଲି ଥାନା ଅଂଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କାର୍‌ ଚାଳକଙ୍କ ମୃତ୍ୟୁ ହୋଇଛି । ଘଟଣା ଅନୁଯାୟୀ ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମ୍‌ଭ-୧୧ର ତାପଶ କୁମାର ମିତ୍ର ନାମକ ବ୍ୟକ୍ତି ମାଥିଲି ବ୍ଲକର ପାଙ୍ଗାମ ଗ୍ରାମର । କୌଣସି କାମରେ ସେ ନିଜର ଜ୍ୱାଇଁର କାର୍‌ ସିଜି-୧୮-ସି-୦୬୭୫ ନମ୍ବର ବିହୀନ କାର୍‌ ନେଇ ମାଥିଲି ଯାଉଥିଲେ । କାର୍‌ଟି ଏତେ ଦ୍ରୁତଗତିରେ ଆସୁଥିଲା ଯେ, କାର୍‌ଟି ଗଛରେ ପିଟି ହେବା ପରେ ୫୦ ଫୁଟ୍‌ ଉପରକୁ ଉଡିଥିଲା । କାର ଚାଳକ ପଦା ବାହାରେ ପଡି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

Leave A Reply

Your email address will not be published.