ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବାଇକ୍‌ : ୧ ମୃତ

ବୈପାରିଗୁଡ଼ା : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବାଇକ୍‌ । କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା କଟନୀକୁଣ୍ଡ ଛକରେ ଘଟିଛି ଏହି ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ବୈପାରିଗୁଡ଼ା ବ୍ଲକ ଲିମଗୁଡ଼ାର ସୁଶାନ୍ତ ବେହେରା ବୋଲି ଜଣାପଡିଛି । ସୂଚନାନୁଯାୟୀ, ସୁଶାନ୍ତ ବେହେରା ବାଇକ ଯୋଗେ ବାଗଦିରୀ ଠାରୁ କୁନ୍ଦୁରା ଫେରୁଥିଲେ । ହଠାତ୍‌ କଟନୀକୁଣ୍ଡ ଛକ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିପଡିଥିଲା । ଯାହାଫଳରେ ଦୁର୍ଘଟଣାରେ ସୁଶାନ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ସେପଟେ ଦୁର୍ଘଟଣା ସଂପର୍କରେ ସୂଚନା ପାଇ କୁନ୍ଦୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

Leave A Reply

Your email address will not be published.