ବସ୍-ସ୍କୁଟି ମୁହାଁମୁହିଁ ଧକ୍କା : ୨ ମୃତ

ଆସିକା : ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଡି ପଲ୍ ସ୍କୁଲ୍ ନିକଟରେ ଆଜି ଭୋର୍ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଜି ଭୋର ପ୍ରାୟ ୫ଟା ବେଳେ ଆସିକାରୁ କଟକ ଆସୁଥିବା ଦୀପକ ନାମକ ଘରୋଇ ବସ୍ (ଓଆର୍ -୨୨ ୩୧୯୮)ର କୋଟିନଡ଼ା ଥାନା ଡି ପଲ୍ ସ୍କୁଲ୍ ନିକଟରେ ଏକ ସ୍କୁଟି (ଓଡି-୦୭-ଏନ୍-୧୯୬୫) ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ସ୍କୁଟିରେ ଯାଉଥିବା ଦୁଇ ଯୁବକଙ୍କ ପ୍ରାଣହାନି ଘଟିଥିଲା । ଦୁଇ ମୃତକ ହେଲେ ଗୋଷାଣି ନୂଆଗାଁର କୁନାଲ ସାହୁ ଓ କେ.ରାଜେଶ । ଉଭୟେ ନିଜ ଗାଁକୁ ଫେରୁଥିଲେ । ଘଟଣାସ୍ଥଳରେ କୋଟିନଡ଼ା ଥାନା ପୁଲିସ ପହଞ୍ଚି ବସ୍ ଓ ସ୍କୁଟିକୁ ଜବତ କରିବା ସହ ବସ୍ ଚାଳକଙ୍କୁ ଅଟକ ରଖିଛି । ଉଭୟ ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି ପୁଲିସ ।

Leave A Reply

Your email address will not be published.