ଭୁବନ : ଭୁବନ ଥାନା ନିକଟ ଜାତୀୟ ରାଜପଥ ୫୩ରେ ଏକ ଭାଲୁର ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ଭାଲୁଟି ଖାଦ୍ୟ ଅନ୍ୱେଷଣରେ ଭାରତୀ ପାହାଡରୁ ଜାତୀୟ ରାଜପଥ ୫୩ ପାର ହୋଇ ବ୍ରାହ୍ମଣୀ ନଦୀ ପଠାରେ ଥିବା ଆଖୁ କିଆରୀକୁ ଯାଉଥିବା ଅନୁମାନ କରାଯାଉଛି । ତେବେ ରାଜପଥ ପାର ହେବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଭାଲୁର ମୃତ୍ୟୁ ହୋଇଥିଲା । ଖବର ପାଇ ଭୁବନ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁଟିକୁ ଉଦ୍ଧାର କରି କଞ୍ଚନବାହାଳୀ ନର୍ସରୀରେ ରଖିଥିଲେ । ପରେ ଢେଙ୍କାନାଳରୁ ଜଣେ ଡାକ୍ତରଙ୍କୁ ଡାକି ଭାଲୁଟିର ପୋଷ୍ଟମର୍ଟମ କରାଇ କଞ୍ଚନବାହାଳୀ ସଂରକ୍ଷିତ ଜଙ୍ଗଲରେ ପୋତିଥିବା ଜଣାପଡିଛି ।
Next Post