centurian jitm

ବାଇକ – ଟ୍ରକ ମୁହାଁମୁହିଁ, ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ

nschool

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖପ୍ରାଖୋଲ ଥାନା ପଡ଼ିଆବାହାଲ ପଞ୍ଚାୟତ ଅନ୍ତର୍ଗତ ସାନଉଡେନ ନିକଟସ୍ଥ ପୋଖରୀ ନିକଟରେ ଜୁରିଆ ରାସ୍ତାରେ ଟ୍ରକ ଓ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସିଜି ୦୬ ଯେଇ ୫୫୧୯ ନମ୍ବର ମା’ କର୍ମା ଟ୍ରାନ୍ସପୋର୍ଟ ଲିଖିତ ଥିବା ଟ୍ରକ ଜୁରିଆ ପଟରୁ ଆସୁଥିବା ବେଳେ ସାନଉଡେନ ପୋଖରୀ ନିକଟରେ ବିପରୀତ ଦିଗରୁ ଆସୁଥିବା ବାଇକ୍ ନଂ ଓଡି ୦୩ ଡବ୍ଲୁ ୨୩୮୭ ସହ ମୁହାମୁହିଁ ଧକ୍କା ହୋଇଥିଲା ଫଳରେ ବାଇକ୍ ଚାଳକ ଗାଡିରୁ ଛିଟିକି ପଡ଼ି ରାସ୍ତା ଉପରେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଖପ୍ରାଖୋଲ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡ଼ାକ୍ତର ବାଇକ ଚାଳକଙ୍କୁ ମୃତ ଘୋଷଣା‌ କରିଥିବା ଜଣାପଡିଛି । ତେବେ ମୃତକଙ୍କ ପରିଚୟ ଦମେଇପାଲି ଗ୍ରାମର ଜୟଦେବ ବରିହାଙ୍କ ପୁଅ ଶତ୍ରୁଘନ ବରିହା(୨୪) ବୋଲି ଜଣା ପଡ଼ିଥିବା ବେଳେ ସେ ଦୁଇ ବର୍ଷ ଆଗରୁ ପ୍ରେମ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଅଛି ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ଖପ୍ରାଖୋଲ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଚାଳକ ଏବଂ ହେଲ୍ପରଙ୍କୁ ଗିରଫ କରିଥିବା ବେଳେ ଟ୍ରକକୁ ଜବତ କରି ଥାନାକୁ ଆଣି ପଚରାଉଚରା କଲା ପରେ ଡ୍ରାଇଭର ଜଣକ ଛତିଶଗଡ ରାଜ୍ୟ ଗରିଆବନ୍ଦ ଅଞ୍ଚଳର ଗୌକରାନ ବିଶ୍ୱକର୍ମା ବୋଲି ଜଣାପଡିଛି । ଉକ୍ତ ଘଟଣା ସମ୍ପର୍କରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ରେଡ଼କ୍ରସ ପାଣ୍ଠିରୁ କିଛି ସହାୟତା ରାଶି ମୃତକଙ୍କ ପରିବାରକୁ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୭୪/୨୦୨୩ରେ ଏକ ଅପମୃତ୍ୟୁ ମାମଲା ଋଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.