centurian jitm

ବଜ୍ରପାତରେ ଜଣେ ମୃତ

nschool

ଟିକ୍ରାପଡା, (କେପିଏନ୍‌ଏସ୍‌) : ସଇନ୍ତଲା ବ୍ଲକ୍‌ ଝଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ଗ୍ରାମର ମାଟୁ ବଗର୍ତ୍ତୀ (୩୫ ବର୍ଷ)ଙ୍କ ଗତକାଲି ବଜ୍ରପାତରେ ମୃତ୍ୟୁ ଘଟିଛି । ସେ ସନ୍ଧ୍ୟା ସାଢେ ୫ରେ ଲାନ୍ଥ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ । ତାଙ୍କ ସହ ଥିବା ଅନ୍ୟ ୨ ଜଣ ଆମ୍ବୁଲାନ୍ସ ଡାକି ତୁରନ୍ତ କଣ୍ଟାବାଞ୍ଜି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି ।

Leave A Reply

Your email address will not be published.