ଟ୍ରେନରୁ ଖସି ଦୁଇ ଯୁବକ ମୃତ

ସୋର : ଟ୍ରେନରୁ ଖସି ଦୁଇ ଯୁବକଙ୍କ ମୃତ୍ୟୁ । ମଙ୍ଗଳପୁର ଅଂଚଳରେ ଜଣେ ଓ ପାଟନା ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ । ତେବେ ଟ୍ରେନ୍‌ରୁ ଖସିପଡି ତାଙ୍କର ମୃତ୍ୟୁ ହୋଇଛି । ରେଲୱେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଛି ।

ସୂଚନା ଥାଉକି, ଟ୍ରେନରେ ଯାତ୍ରା କରିବା ବେଳେ ଦୁଇ ଯୁବକ ଖସିପଡିଥିଲେ । ଫଳରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସଂଗେ ସଂଗେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ଘଟଣାପରେ ଭୟର ବାତାବରଣ ଖେଳିଯାଇଛି ।

Leave A Reply

Your email address will not be published.