ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧୀନ ଧୋବଶିଳା ପଞ୍ଚାୟତ ଚଲଣାପାଳ ଗାଁରେ ଘଟିଛି ଏକ ଅଘଟଣ । ଗାଁ ନିକଟରେ ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ପରିତ୍ୟକ୍ତ ଖାଦାନରେ ଜମିଥିବା ପାଣିରେ ବୁଡ଼ି ଅଢେଇ ବର୍ଷର ଶିଶୁ ମୃତ ହୋଇଥିବା ଜଣାପଡିଛି । ମୃତ ଶିଶୁ ଜଣକ ହେଲେ ତପନ ସିଂଙ୍କ ଅଢେଇ ବର୍ଷର ପୁତ୍ର ଅମିତ ।
ସୂଚନା ଅନୁସାରେ ଗାଁ ରାସ୍ତାଟି ଖାଦାନକୁ ଲାଗିଥିବା ବେଳେ ଶିଶୁଟି ଖେଳୁଥିବା ବେଳେ ଅସାବଧାନତା କାରଣରୁ ଖାଦାନରେ ଖସି ପଡ଼ିଥିଲେ । ଫଳରେ ତାଙ୍କୁ ଖୋଜାଖୋଜି କରିବା ପରେ ଖାଦାନରୁ ଉଦ୍ଧାର କରାଯିବା ବେଳକୁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଶିଶୁଟିର ମୃତ୍ୟୁରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।