କାନ୍ଥ ପଡ଼ି ୧ ମୃତ, ୧ ଆହତ

ସାନଖେମୁଣ୍ଡି : ସାନଖେମୁଣ୍ଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଦାମପୁରରେ କାନ୍ଥ ପଡ଼ି ଜଣେ ମୃତ ଓ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଉଭୟ ଦୁଇ ଜଣ ସାଙ୍ଗ ବୋଲି ଜଣାପଡ଼ିଛି । ମୃତକ ଜଣକ ପ୍ରଶାନ୍ତ ମଲ୍ଲିକ ଓ ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ସୁକାନ୍ତ ମଲ୍ଲିକ । ଗତକାଲି ବିଳମ୍ବିତ ରାତିରେ କାଳବୈଶାଖୀ ବର୍ଷା ପବନ ଯୋଗୁଁ ଘରେ ଶୋଇଥିବା ବେଳେ ହଠାତ୍ ମାଟି ଇଟା କାନ୍ଥଟି ଟଳି ପଡ଼ିଥିଲା । ଶବ୍ଦ ଶୁଣି ସ୍ଥାନୀୟ ଲୋକେ ସାହି ପଡ଼ୋଶୀ ଉଭୟଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଥିବା ବେଳେ ସୁକାନ୍ତଙ୍କ ଅବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.