ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଗୌଡ କର୍ଲାଖୁଣ୍ଟାଠାରେ ଗତ ରାତି ପ୍ରାୟ ୯ ଘଣ୍ଟା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାବଡିଛି । ସୂଚନା ମତେ ମ.ରାମପୁର ପଞ୍ଚାୟତର ଜକାବାହାଲି ଗ୍ରାମର ରମେଶ ମାଝୀ(୨୬) ନିଜ ସାଇକେଲ ଯୋଗେ ଯାଉଥିବା ବେଳେ ଗୌଡ କର୍ଲାଖୁଣ୍ଟା ଗ୍ରାମ ଦେଇ ଯାଇଥବା ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଛି । ରମେଶ ମାଝୀଙ୍କ ନିଜ ଘର ଲାଞ୍ଜିଗଡ଼ ବ୍ଲକ୍ କୁଟିଂ ପଦର୍ ହୋଇଥିବା ବେଳେ ସେ ଏଠାରେ ତାଙ୍କ ଶ୍ୱଶୁର ଘରେ ରହୁଥିଲେ । ଦୁର୍ଘଟଣା ଖବର ପାଇ ମ.ରାମପୁର ପୁଲିସ୍ ଉଦ୍ଧାର କରିବା ସହ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମ.ରାମପୁର ପୁଲିସ୍ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.