ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଚାଣ୍ଟିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେର୍ମେଲି ଗ୍ରାମର ମଥୁରା ସାହୁ(୪୮) ଘର ଓଲେଇବା ପାଇଁ ଝାଡୁ ଆଣିବା ସମୟରେ ଝାଡୁରେ ଲୁଚି ରହିଥିବା ଏକ ବିଷଧର ସାପ ତାଙ୍କ ହାତରେ କାମୁଡି ଦେଇଥିଲା । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ହେଉଥିବା ସମୟରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଫଳରେ ନିଜ ପରିବାର ଲୋକେ ମୃତ ଶରୀରକୁ ନେଇ ଘରକୁ ଫେରିଥିଲେ । ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଯାଇଥିଲା । ଚାଣ୍ଟିପାଲି ସରପଞ୍ଚ ସତ୍ୟ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ମୃତ ମଥୁରା ସାହୁଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଅନ୍ତିମ ସତ୍କାରରେ ସାମିଲ ହୋଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ ।
Prev Post