ରାଜୀବନଗରରେ ଭଡ଼ାଘରେ ଡାକ୍ତରଙ୍କ ସଂଦେହଜନକ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରାଜୀବନଗରରେ ଭଡ଼ାଘରେ ଜଣେ ଡାକ୍ତରଙ୍କ ସଂଦେହଜନକ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସ୍ଥାନୀୟ ରାଜୀବନଗରରେ ରାଧାଗୋବିନ୍ଦ ପଟ୍ଟନାୟକଙ୍କ ଘରେ ଭଡ଼ା ରହୁଥିବା ଆୟୁର୍ବେଦିକ ଡାକ୍ତର ରାଜ ଭରଦ୍ୱାଜଙ୍କ ସଂଦେହଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ଟାଉନ୍‌ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଘର ମାଲିକଙ୍କ କହିବା ଅନୁସାରେ ଗତ ୨୩ ତାରିଖ ଦିନ ସେ ଭଡ଼ାରେ ରହିବା ପାଇଁ କଥା ହୋଇ ତାଙ୍କ ଆଧାର କାର୍ଡ ପ୍ରଦାନ କରିଥିଲେ । ଆଧାର କାର୍ଡ ଅନୁସାରେ ତାଙ୍କ ନାମ ରାଜ ଭରଦ୍ୱାଜ । ସେ ଗୌଡସାହି, ନବରଙ୍ଗପୁର ନିବାସୀ ବୋଲି ମଧ୍ୟ ତାଙ୍କ ଆଧାର କାର୍ଡରେ ଉଲ୍ଲେଖ ରହିଛି । ତେବେ ଗତକାଲି ସେ ସାମାନପତ୍ର ଧରି ଆସିଥିଲେ ଏବଂ ରାତିରେ ଶୋଇଥିଲେ । ସକାଳୁ କିନ୍ତୁ ଦିନ ୧୧ଟା ପର୍ଯ୍ୟନ୍ତ ତାଙ୍କୁ ଯେତେ ଡାକିଲେ ବି, କବାଟ ବାଡେ଼ଇଲେ ମଧ୍ୟ ସେ ଭିତର ପଟୁ ଲକ୍‌ କରାଯାଇଥିବା କବାଟ ନ ଖୋଲିବାରୁ ଆଜି ଦିନ ୧୨ଟାରେ ଘର ମାଲିକ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଟାଉନ୍‌ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ମାଜିଷ୍ଟ୍ରେଟ୍‌ ଆସିଲେ କବାଟ ଭଂଗାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.