ଟ୍ରେନ୍‌ ଧକ୍କାରେ ମହିଳା ମୃତ

ଢେଙ୍କାନାଳ : ଟ୍ରେନ୍‌ ଧକ୍କାରେ ଜଣେ ୪୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗାଁର ବନିତା ବିଶ୍ୱାଳ । ବନିତା ସକାଳୁ ସକାଳୁ ଘରୁ ବାହାରି ମୁକ୍ତାପଶି ଗାଁକୁ ମେଡିସିନ୍‌ ଆଣିବାକୁ ଯାଉଥିଲେ । ଏହି ସମୟରେ ରେଳ ଲାଇନ ପାର ହେବାବେଳେ ତାଙ୍କୁ ଟ୍ରେନ୍‌ ଧକ୍କା ଦେଇଥିଲା । ଗତ କିଛି ଦିନ ହେବ ନୂତନ ରେଳପଥରେ ଟ୍ରେନ୍‌ ଚଳାଚଳ ହୋଇଥିଲା । ନୂତନ ରେଳପଥର ଏହା ପ୍ରଥମ ଘଟଣା । ତୁରନ୍ତ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.