jayashree

ରୋଷେଇ କରୁଥିବା ବେଳେ ସିଲିଣ୍ଡର ଫାଟି ନବଜାତ ଶିଶୁ ମୃତ, ୪ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ନିକଟସ୍ଥ ମିର୍ଜାପୁରଠାରେ ମଙ୍ଗଳବାର ସନ୍ଧ୍ୟାରେ ସିଲିଣ୍ଡର ବିସ୍ଫୋରଣରେ ଜଣେ ୪୦ ଦିନର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଶେଖ ଭାଲୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଏହି ଅଘଟଣ ଘଟିଛି । ସୂଚନା ଅନୁସାରେ ସନ୍ଧ୍ୟାରେ ଶେଖ ଭାଲୁଙ୍କ ସ୍ତ୍ରୀ ରୋଷେଇ କରୁଥିବା ବେଳେ ହଠାତ୍ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ଫଳରେ ଶେଖ ଭାଲୁଙ୍କ ୪୦ ଦିନର ଶିଶୁପୁତ୍ରର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦମ୍ପତି, ତାଙ୍କର ଦ୍ୱିତୀୟ ଝିଅ ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ପାଟି ଶୁଣି ପଡ଼ୋଶୀମାନେ ଆସି ଆହତମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ଏହି ଘଟଣା ଗତକାଲି ଅପରାହ୍ନ ପ୍ରାୟ ୩ଟା ୨୮ ମିନିଟ୍‌ରେ ଘଟିଥିଲା । ସେମାନଙ୍କ ବଡ଼ ଝିଅ ସୁରକ୍ଷିତ ଅଛନ୍ତି ବୋଲି ଜଣେ ସମ୍ପର୍କୀୟ କହିଛନ୍ତି ।

Leave A Reply

Your email address will not be published.